ଟୁକୁନୀ ସାହୁଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ପଦମପୁର ଅଞ୍ଚଳରେ ଲାଗିଯାଇଛି ନିଆଁ। ବିଜେଡି ସରକାର ଉପରେ କ୍ରୋଧ ଜାହିର କରୁଛନ୍ତି ନେତାରୁ ଜନତା। ଧରାପଡ଼ିଯାଇଛି ବିଜେଡିର ଷଡ଼ଯନ୍ତ୍ର। ଉପ ନିର୍ବାଚନରେ ଭୋଟ୍ ହାତେଇବା ପାଇଁ ମିଛ କହିଥିଲେ ମୁଖ୍ୟମନ୍ତ୍ରୀ। କୋର୍ଟଙ୍କ ନିର୍ଦ୍ଦେଶ କେବଳ ଏକ ବାହାନା ଥିଲା। ପଦମପୁରକୁ ଜିଲ୍ଲା କରାଇ ନଦେବାକୁ ବିଧିବଦ୍ଧ ଷଡ଼ଯନ୍ତ୍ର ହୋଇଥିଲା। ଏହା ପଦମପୁରବାସୀଙ୍କ କଟା ଘାରେ ଚୁନ ସଦୃଶ ହୋଇଛି।
ବିଜେଡି ସରକାର ଓ ଟୁକୁନୀ ସାହୁ ଟିଟିଲାଗଡ଼ ବାସୀଙ୍କୁ ମଧ୍ୟ ଜିଲ୍ଲା ମାନ୍ୟତାର ଆଶା ଦେଖାଇ ଗତ 2ଟି ନିର୍ବାଚନରେ ଜିତି ଆସୁଛନ୍ତି। ନିଜ ଅଞ୍ଚଳର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ତ ରଖିପାରିଲେ ନାହିଁ। ତେଣୁ ପଦମପୁରକୁ ଜିଲ୍ଲା କରାଇନଦେବାକୁ ଷଡ଼ଯନ୍ତ୍ର ରଚିଲେ। ଯାହାକୁ ସମର୍ଥନ କରୁଥିଲେ ବିଜେଡିର ବହୁ ନେତା। ଆଉ ଏହି ଷଡ଼ଯନ୍ତ୍ରକୁ ଥିଲା ନବୀନଙ୍କର ସମର୍ଥନ । ଏକଥା ନିଜେ କହୁଛନ୍ତି ଟୁକୁନୀ।
ଏହା ପ୍ରଥମ ଘଟଣା ନୁହେଁ ଯେଉଁଥିରେ ପ୍ରମାଣତ ହୋଇଛି ନବୀନ ଯାହା କୁହନ୍ତି ତାହା କରନ୍ତିନି । 2019ରେ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ବନିବା ପରେ ବିଧାନସଭାର ନବୀନ କହିଥିଲେ ରାଜ୍ୟର 75 ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ 2ଟି କିସ୍ତିରେ 10 ହଜାର ଲେଖାଏଁ ଟଙ୍କା ମିଳିବ । କିନ୍ତୁ ଏବେ ମାତ୍ର 44 ଲକ୍ଷ ଚାଷୀଙ୍କୁ 2ଟି କିସ୍ତିରେ ମିଳୁଛି ମାତ୍ର 4 ହଜାର ଲେଖାଏ ଟଙ୍କା ।
ଟୁକୁନୀଙ୍କର ଏ ସାଂଘାତିକ ବକ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀ ଦେଇନାହାନ୍ତି କୌଣସି ସ୍ପଷ୍ଟୀକରଣ । ଅର୍ଥାତ ଟୁକୁନୀ ଯାହା କହିଛନ୍ତି ସତ କହିଛନ୍ତି ବୋଲି ବିଜେଡି ସ୍ବୀକାର କରୁଛି । ଏଥିସହ ନବୀନ ଜଣେ ଦୋ ମୁହାଁ ଚରିତ୍ରର ବ୍ୟକ୍ତି ବୋଲି ଧରା ପଡ଼ିଯାଇଛନ୍ତି । ସେ ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ ମାତ୍ର ମାଳ ମାଳ ଦୁର୍ନୀତି ଖୋର ତାଙ୍କ ପାଖରେ । କୁହନ୍ତି ମହିଳା ସୁରକ୍ଷା ତାଙ୍କ ପ୍ରାଥମିକତା କିନ୍ତୁ ବ୍ୟଭିଚାରୀ ତାଙ୍କ ଚାରି ପାଖରେ ।
ଆହୁରି ପଢନ୍ତୁ ରାଜନୀତି ଖବର...