ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା, ଝିଅ ଭାମିକା ଏବଂ ପୁଅ ଅକାୟଙ୍କ ସହ ଭିଡିଓ କଲରେ କଥା ହେଉଥିବା ଦେଖିବାକୁ ମିଳିଛି। ବିରାଟ ଆଉ ଧ୍ୟାନ ଦେଇ ନ ଥିଲେ ଯେ, ତାଙ୍କୁ କ୍ୟାମେରା ସବୁ ଦିଗରୁ କ୍ୟାପଚର କରୁଛି ଏବଂ ପିଲାମାନଙ୍କ ସହିତ ତାଙ୍କ ଖୁସିର ମୁହୂର୍ତ୍ତର କଥାବାର୍ତ୍ତା ହେଉଥିବାର ଦେଖାଯାଇଥିଲା। ଏହି ସମୟରେ ଭିଡିଓରେ ଦେଖାଯାଇଥିଲା ଯେ, ନିଜ କୁନି ପୁଅ ଏବଂ ଝିଅକୁ ହସେଇବା ପାଇଁ ବିରାଟ ନାନା ପ୍ରକାର ଫେସ ଏକ୍ସପ୍ରେସନ ଦେଇ ହସାଉଥିଲେ। ଏହି ମୋମେଣ୍ଟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫ୍ୟାନମାନଙ୍କୁ ଏହି ଭିଡିଓ ଖୁବ ଭଲ ଲାଗିଛି।
ଫ୍ୟାନମାନେ ଷ୍ଟାର କ୍ରିକେଟରଙ୍କ ଉପରେ ସେମାନଙ୍କର ଭଲ ପାଇବା ଦେଇଥିବାରୁ ତାଙ୍କ ପର୍ସନାଲ ଲାଇଫର ଭିଡିଓ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇ ନ ଥିଲା। ଫ୍ୟାନମାନେ ଚାହୁଁଥିଲେ କିଙ୍ଗ କୋହଲି ତାଙ୍କ ଫ୍ୟାମିଲି ସହ କ୍ବାଲିଟି ଟାଇମ ବିତାନ୍ତୁ। ଜଣେ ୟୁଜର୍ସ ଲେଖିଥିଲେ କୋହଲିଙ୍କ ଜୀବନର ମିଠା ମୁହୂର୍ତ୍ତ। ଆଉ ଜଣେ ୟୁଜର୍ସ ଲେଖିଥିଲେ ଆମ କିଙ୍ଗ ତାଙ୍କ ପରିବାର ପ୍ରାଥମିକତାକୁ ଭଲ ଭାବେ ଜାଣିଛନ୍ତି। ସତରେ ଲେଜେଣ୍ଡ ଷ୍ଟାର।
ବିରାଟଙ୍କ ମଜାକ ଉଡ଼ାଇବାରୁ ରାଗିଗଲେ RCB ଫ୍ୟାନ
ଫେବୃଆରୀ 15 ରେ ବିରାଟ ଏବଂ ଅନୁଷ୍କା ସେମାନଙ୍କର ଦ୍ୱିତୀୟ ସନ୍ତାନ ଅକାୟଙ୍କୁ ସ୍ୱାଗତ କରିଥିଲେ ଏବଂ ଦମ୍ପତି ଏହାକୁ ଏକ ସୋସିଆଲ ମିଡିଆରେ ଏକ ନୋଟ ଶେୟାର କରିଥିଲେ ସେ କହିଥିଲେ ଆମେ ଭାଗ୍ୟବାନ ଯେ, 15 ଫେବୃଆରୀରେ ଆମେ ଆମ ପୁଅ ଅକାୟ ଏବଂ ଭାମିକାର ସାନ ଭାଇକୁ ଏହି ସୁନ୍ଦର ଦୁନିଆକୁ ସ୍ବାଗତ କରିଥିଲୁ। ଆମ ଜୀବନର ଏହି ସୁନ୍ଦର ସମୟରେ ଆମେ ଆପଣଙ୍କ ଆଶୀର୍ବାଦ ଏବଂ ଶୁଭକାମନା ହିଁ ଚାହୁଁଛୁ। ଏହି ସମୟରେ ଆମର ଗୋପନୀୟତାକୁ ଦୟାକରି ସମ୍ମାନ କରିବାକୁ ଆପଣଙ୍କୁ ଅନୁରୋଧ କରୁଛୁ ବୋଲି ଅନୁଷ୍କା ବିରାଟ ଲେଖିଥିଲେ।