ଅର୍ଗସ ବ୍ୟୁରୋ : ବଢିଚାଲିଛି ଡାଇବେଟିସ୍ ରୋଗ । ସାରା ଦୁନିଆ ସହ ଭାରତରେ ମଧ୍ୟ ବହୁତ ସ୍ପିଡରେ ବଢିଚାଲିଛି ଏହି ରୋଗ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଅନୁମାନନୁସାରେ, ୧୮ବର୍ଷରୁ ଅଧିକ ୭.୭ କୋଟି ଲୋକଙ୍କୁ ଟାଇପ ୨ ଡାଇବେଟିସ୍ ରୋଗରେ ପିଡିତ ଅଛନ୍ତି । ବଢିଚାଲିଥିବା ଏହି ରୋଗର କିପରି ନିରାକରଣ ହୋଇପାରିବ ସେ ନେଇ ବିଭିନ୍ନ ପ୍ରକାରର ରିସର୍ଚ୍ଚ କରାଯାଉଛି । ଏହି ରିସର୍ଚ୍ଚରୁ ଜଣାପଡିଛି, ମହିଳା ମାନେ ଯଦି କିଛି ଦିନ ଏକ ନିଦ୍ଦିଷ୍ଟ ଫଳ ଖାଇବେ ତାହେଲେ ଏହି ଦୁଇଟି ଭୟଙ୍କର ରୋଗରୁ ମୁକ୍ତି ମିଳିପାରିବ ।
ତେବେ ଆସନ୍ତୁ ଜାଣିବା ଏହି ଫଳର ନାଁ କଣ ? କେତେବେଳେ ଏହି ଫଳକୁ ଖାଇବା ଦରକାର ?
ରିସର୍ଚ୍ଚରୁ ଜଣାପଡିଛି ଯେ, ସବୁବେଳେ କିଛି ମାତ୍ରାରେ ଆଭୋକାଡୋ ଫଳ ଖାଇବା ଦ୍ଵାରା ଟାଇପ ୨ ଡାଇବେଟିସ୍ ରୋଗର ନିରାକରଣ ହୋଇପାରିବ । ଏହି ଫଳରେ ଗ୍ଲାଇସେମିକ୍ ଇଣ୍ଡେକ୍ସ, ସୁକ୍ରୋଜ୍ ଓ ଗ୍ଲୁକୋଜର ପରିମାଣ କମ୍ ଥିବା ହେତୁ ଏହି ପଳ ଡାଇବେଟିସ୍ ରୋଗିଙ୍କ ପାଇଁ ଲାଭବାନ ଅଟେ । ଏହି ଫଳରେ ୭ ପ୍ରତିଶତ କାର୍ବେନ ଥିବାରୁ ଏହା ବ୍ଲଡ ସୁଗର ନିୟନ୍ତ୍ରଣ ରଖିବାରେ ସହାୟକ ହୁଏ । ଏହି ଆଭୋକାଡୋ ଫଳ ଖାଇବା ଦ୍ଵାରା ହାର୍ଟ ରୋଗରୁ ମୁକ୍ତି ମିଳେ ।
ଅଧିକ ପଢନ୍ତୁ ଭାରତ ଖବର
ଡାକ୍ତରଙ୍କ ମତନୁସାରେ, ଆଭୋକାଡୋରେ ଭରପୂର ମାତ୍ରାରେ ପୋଷକ ତତ୍ତ୍ଵ ଭରି ରହିଛି । ହଳଦୀ, ଫାଇବର, ଭିଟାମିନ୍, ମିନେରାଲ୍ସ ଓ ଫାଇଟ୍ରୋପୋଷକ ତତ୍ତ୍ଵ ବହୁ ମାତ୍ରାରେ ମିଳିଛି । ଯାହା ଡାଇବେଟିଜକୁ ଦ୍ଵର କରିବାରେ ସହାୟକ ହେବ । ସେପଟେ, ୨୫,୬୪୦ ଲୋକଙ୍କ ଉପରେ ଏହି ପରୀକ୍ଷଣ କରାଯାଇଥିଲା । ଯେଉଁଥିରେ ୬୦ ପ୍ରତିଶତରୁ ଅଧିକ ମୋଟାପଣର ଶିକାର ହୋଇଛନ୍ତି । ଏଥରେ ୪୫ ପ୍ରତିଶତ ପୁରୁଷ ଓ ୫୫ ପ୍ରତିଶତ ମହିଳା ରହିଥିଲେ । ପୁରୁଷ ମାନଙ୍କୁ ସବୁ ଦିନ ୩୪.୭ ଗ୍ରାମ ଓ ମହିଳା ମାନଙ୍କୁ ୨୯.୮ ଗ୍ରାମ ଆବୋକାଡେ ଖାଇବାକୁ ଦିଆଯାଇଥିଲା ।
ବୟସ, ଓଜନ, ଶାରୀରିକ ସନ୍ତୁଳନକୁ ଦେଖିବାକୁ ଗଲେ ପରୁଷଙ୍କ ତୁଳନାରେ ମହିଳା ମାନଙ୍କର ଡାଇବେଟିଜ ରୋଗର ମାତ୍ରା କମ୍ ଦେଖିବାକୁ ମିଳିଥିଲା । ଧୂମ୍ରପାନ ଓ ନିଶା କରୁଥିବା ଲୋକଙ୍କ ଠାରେ ଏହି ଡାଇବେଟିସ୍ ରୋଗର ମାତ୍ରା ଅଧିକ ଦେଖିବାକୁ ମିଳିଥାଏ ।