ଏଜେଣ୍ଡା ସେଟ୍ ପରେ ଓଡ଼ିଶାରେ ମୋଦି କରିବେ ହମଲା । କେବଳ 4 ଶହ ପାର ନୁହେଁ, ଓଡ଼ିଶାରେ ସତ୍ତା ପରିବର୍ତ୍ତନର ଦେବେ ଆହ୍ବାନ । ଓଡ଼ିଆ ଭାଷା, ସ୍ବାଭିମାନକୁ ଦେଇ ବଡ଼ ବୟାନ ଦେଇସାରିଛନ୍ତି ମୋଦି । ..
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କାଲି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା। କାଲି ରାତି ସାଢ଼େ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। କାଲି ରାତିରେ ଭୁବନେଶ୍ୱରରେ ରହିବେ ମୋଦି।ବ୍ରହ୍ମପୁରରେ ଦିନ ୧୦ରେ ଜନସଭାକୁ କରିବେ ସମ୍ବୋଧନ । ଏହାପରେ ୧୨ଟା ୩୦ରେ ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ପରେ ଆସୁଛନ୍ତି PM ମୋଦି । ତେବେ ମୋଦିଙ୍କ ଗସ୍ତ ନିଶ୍ଚିତ ଭାବରେ ନିର୍ବାଚନ ଉପରେ ପ୍ରଭାବ ପକାଇବ। ଲୋକେ ସତର୍କ ହେଲେଣି ଏବଂ ମୋଦିଙ୍କୁ ଅନୁସରଣ କଲେଣି। ସୋମବାର ସକାଳେ ବ୍ରହ୍ମପୁର ଯିବେ ଏବଂ ପରେ ନବରଙ୍ଗପୁର ଯାଇ ବିଶାଳ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।
ଏଜେଣ୍ଡା ସେଟ୍ ପରେ ଓଡ଼ିଶାରେ ମୋଦି କରିବେ ହମଲା । କେବଳ 4 ଶହ ପାର ନୁହେଁ, ଓଡ଼ିଶାରେ ସତ୍ତା ପରିବର୍ତ୍ତନର ଦେବେ ଆହ୍ବାନ । ଓଡ଼ିଆ ଭାଷା, ସ୍ବାଭିମାନକୁ ଦେଇ ବଡ଼ ବୟାନ ଦେଇସାରିଛନ୍ତି ମୋଦି । ..
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଆସବାବପତ୍ର। ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତି ପ୍ରାୟ ୩ ଟା ସମୟରେ ବିଦ୍ୟୁତ ସଟସର୍କିଟ ଘଟି ପଞ୍ଚାୟତ ସମିତି ସଭାଗୃହ ଠାରେ ନିଆଁ ଲାଗିଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସଭାଗୃହ ଜଳିପୋଡି ପାଉଁଶ ହୋଇଯାଇଛି।
ଅଧିକ ପଢନ୍ତୁ : ତୀର୍ଥଯାତ୍ରୀ ବସରେ ନିଆଁ , ୮ ଜୀବନ୍ତ ଦଗ୍ଘ
ସଭାଗୃହ ମଧ୍ୟରେ ଥିବା ଦୁଇଟି ଏସି, ଚାରୋଟି ହ୍ୟାଙ୍ଗିଙ୍ଗ ଫ୍ୟାନ, କୋଡିଏ ରୁ ଉର୍ଦ୍ଧ ଚେୟାର, ଓ ସଭାଗୃହ ଛାତ ସିଲିଂ ନିଆଁରେ ଜଳି ଯାଇଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।
ଭୁବନେଶ୍ବର : ଆଜି ପୁଣି ହେମାମାଳିନୀ କରିବେ ପ୍ରଚାର । ଦେବଗଡ଼ ବାରକୋଟରେ ଜନସଭାକୁ ସମ୍ବୋଧିତ କରିବା ସହ ପାଲଲହଡ଼ାରେ ଜନସଭାକୁ କରିବେ ସମ୍ବୋଧନ । ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବଣାଇ ଓ ରାଜଗାଙ୍ଗପୁରରେ ଜନସଭାକୁ କରିବେ ସମ୍ବୋଧନ ।
ଅଧିକ ପଢନ୍ତୁ : ରାଜଧାନୀରେ ଡ୍ରିମଗାର୍ଲ, ବିଜେପିର ଷ୍ଟାରକ୍ୟାମ୍ପନର ହେମାମାଳିନୀ
ଗତକାଲି ଭୁବନେଶ୍ବର ସାଲିଆସାହିରେ ନିର୍ବାଚନୀ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ହେମାମାଳିନୀ । ଏହାପରେ ଭୁବନେଶ୍ବର କଟକରେ ରହିଥିଲା ଦଳୀୟ କାର୍ଯ୍ୟକ୍ରମ । ସେହିପରି ଗତକାଲି କଟକ ଲୋକସଭା କ୍ଷେତ୍ର ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପି ଲୋକସଭା ପାର୍ଥି ଭର୍ତ୍ତୃହରି ମହତାବ ଓ କଟକ ବାରବାଟି ବିଧାନସଭା ପାର୍ଥି ଡ଼ଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଲାଗି ଜୋରଦାର ପ୍ରଚାର କରିଥିଲେ । ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ,ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା ନ ଯିବା ପ୍ରସଙ୍ଗରେ ବିଜେଡି ସରକାର ଙ୍କୁ ସିଧା ନିଶାନା କରିଥିଲେ ରେଳମନ୍ତ୍ରୀ। ଓଡ଼ିଆ ଅସ୍ମିତା ଆଜି ବିପଦରେ ତାକୁ ବଞ୍ଚାଇବାକୁ ପଡିବ ଆହ୍ୱାନ ଦେଇ ଏଥର ପରିବର୍ତ୍ତନ ହେବ ଓ ବିଜେଡି ସରକାରର ପତନ ନିଶ୍ଚିତ ବୋଲି କହିଥିଲେ ଅଶ୍ୱିନୀ।
ଅର୍ଗସ ବ୍ୟୁରୋ : ହରିୟାଣାର ନୁହରେ ତୀର୍ଥଯାତ୍ରୀ ବସରେ ନିଆଁ ଲାଗିଯାଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବସରେ ମୋଟ ୬୦ ଜଣ ଯାତ୍ରୀ ଥିଲେ । ବନାରସ, ଓ ବୃନ୍ଦାବନ ଦର୍ଶନ ସାରି ଫେରୁଥିବା ସୂଚନା ରହିଛି । ବସରେ ନିଆଁ ଲାଗିବା ସ୍ଥାନର ସ୍ଥାନୀୟ ଲୋକେ ଏହି ବସକୁ ଅଟକାଇବାକୁ ଚେଷ୍ଟା କରିଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ଶେଷରେ ଜଣେ ଯୁବକ ବାଇକ ପଛରେ ଚିତ୍କାର କରି ଡ୍ରାଇଭରକୁ କହିବା ପରେ ବାକି ଜଣଙ୍କୁ ବସରୁ ଉଦ୍ଧାର କରାଯାଇଥିଲା । ହେଲେ ୮ଜଣ ଜୀବନ୍ତ ଦଗ୍ଘ ହୋଇଯାଇଥିଲେ ।