ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ସମୟରେ ଦୁନିଆର ସବୁଠାରୁ କନିଷ୍ଠ ମହିଳା ନାଗପୁର ଆସନରୁ ଭୋଟ୍ ଦେଇଛନ୍ତି। ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ଜ୍ୟୋତି ଆମଗେ ଦୁନିଆର ସବୁଠାରୁ ଛୋଟ ଜୀବନ୍ତ ମହିଳା ଭାବରେ ମାନ୍ୟତା ପାଇଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ଭୋଟ ଦେଲେ ଦୁନିଆର ସବୁଠାରୁ ଛୋଟ ଭୋଟର୍ । ଦେଶରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ମତଦାନ ଆଜିଠୁ ଆରମ୍ଭ ହୋଇସାରିଛି । ମହାରାଷ୍ଟ୍ରର ପାଞ୍ଚଟି ସିଟ୍ ଉପରେ ଲୋକମାନେ ଆଜି ଉତ୍ସାହର ସହ ଭୋଟ୍ ଦେଇଛନ୍ତି ।
ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ସମୟରେ ଦୁନିଆର ସବୁଠାରୁ କନିଷ୍ଠ ମହିଳା ନାଗପୁର ଆସନରୁ ଭୋଟ୍ ଦେଇଛନ୍ତି। ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ଜ୍ୟୋତି ଆମଗେ ଦୁନିଆର ସବୁଠାରୁ ଛୋଟ ଜୀବନ୍ତ ମହିଳା ଭାବରେ ମାନ୍ୟତା ପାଇଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ବର୍ଷା ପରେ ହଟିଲା ରେଡ ଆଲର୍ଟ। ହେଲେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆହୁରି ୫ ଦିନ ଅର୍ଥାତ ୬ ତାରିଖ ଯାଇ ଗ୍ରୀଷ୍ମ ପ୍ରବାହ ଜାରି ସହ ତାତିରୁ ନାହିଁ ନିସ୍ତାର। ଆଜି ରାଜ୍ୟରେ ୪୫ ଡିଗ୍ରୀ ତାପମାତ୍ରା ଛୁଇଁବାର ସମ୍ଭାବନା ଥିବା ବେଳେ ଆଜି ଓ ଆସନ୍ତାକାଲି ପାଇଁ ୱାରେଞ୍ଜ ଆଲର୍ଟ ଜାରିକରଯାଇଛି। ତେବେ କ୍ରମାଗତ ଭାବେ ୧୭ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଉ ରହିବନି ଭୀଷଣ ଗ୍ରୀଷ୍ମ ପ୍ରବାହର ସତର୍କତା ।
ସେପଟେ ୮ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଂଟାରେ ଗ୍ରୀଷ୍ମ ପ୍ରବାହକୁ ନେଇ ସମ୍ବଲପୁର ସୋନପୁର ନୂଆପଡା ସୁନ୍ଦରଗଡ ମୟୁରଭଞ୍ଜ କେନ୍ଦୁଝର ବୌଧ ବଲାଙ୍ଗୀର ଝାରସୁଗୁଡା ଅନୁଗୁଳ ଦେଓଗଡ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଉପକୂଳ ଓଡ଼ିଶା ରେ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିରହିବା ସହ ୪ ତାରିଖବେଳକୁ ଗ୍ରୀଷ୍ମ ପ୍ରବାହ ହଟିଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ। ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ଯେପରିକି ଖୋର୍ଦ୍ଧା ପୁରୀ ନୟାଗଡ ରାୟଗଡା ଗଂଜାମ ଗଜପତିରେ ବିଜୁଳି ଘଡଘଡି ସହ ବର୍ଷା ଓ ଝଡତୋଫାନ ହେବାର ସମ୍ଭାବନା ରହିଛି। ଏହି ସମୟରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି।
ସେହିପରି ୪ ତାରିଖ ପରେ କେବଳ ଆଭ୍ୟନ୍ତରୀଣ ଓଡିଶାରରେ ହିଁ ହିଟ ୱେବ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବ। ବିଶେଷ କରି ବଲାଙ୍ଗୀର ସୋନପୁର ନୂଆପଡା ମୟୁରଭଂଜ ସୁନ୍ଦରଗଡ କଳାହାଣ୍ଡି ଅନୁଗୁଳ ଏହିସବୁ ଜିଲ୍ଲାରେ ରହିବ ଗ୍ରୀଷ୍ମ ପ୍ରବାହ। ପରେ ୬ ତାତିଖ ପରଠାରୁ ପାଗରେ ପରିବର୍ତନ ଆସିବା ସହ ୩ ରୁ ୫ ଡିଗ୍ରୀ ତାପମାତ୍ରା କମିବ ଓ ତାତି ରୁ ଅସ୍ବସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଂଟାରେ ୨୪ ସହରରେ ବର୍ଷା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ୪୯.୦ ବର୍ଷା ଖୋର୍ଦ୍ଧା ର ବେଗୁନିଆରେ ରେକର୍ଡ ହୋଇଛି ।ସେହିପରି ୨୮ ସହର ରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି । ୧୫ ସହର ରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଥିବା ବେଳେ ୪୫ ଡିଗ୍ରୀ ସହ ତାଳଚେର ରାଜ୍ୟର ଉତ୍ତପ୍ତ ସହର ଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ବିଜେପି ବିଧାନସଭା ପ୍ରାର୍ଥୀ । ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଘସିପୁରା- ଶମ୍ଭୁନାଥ ରାଉତ, ଭୋଗରାଇ- ଆଶିଷ ପାତ୍ର, ଭଣ୍ଡାରୀପୋଖରୀ- ସୁଧାଂଶୁ ନାୟକ, ବରୀ- ଉମେଶ ଜେନା, ବାରବାଟୀ କଟକ- ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଗୁନିଆ- ପ୍ରକାଶ ରଣବିଜୁଳି ନାମ ଘୋଷଣା କରିଚି ବିଜେପି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଭରିଲେ ନାମାଙ୍କନ । ସୁନ୍ଦରଗଡ଼ ସଦର, ତଳସରା ଓ ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କୁସୁମ ଟେଟେ, ଭବାନୀ ଭୋଇ ଓ ନରସିଂହ ମିଞ୍ଜ ବି ନାମାଙ୍କନ ଦାଖଲ କରିଛନ୍ତି ।
ସ୍ଥାନୀୟ ସମଲେଶ୍ଵରୀ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ୧୦ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ । ଏହି କାର୍ଯ୍ୟକ୍ରମରେ ଶ୍ରମ ନିୟୋଜନ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହି କର୍ମକର୍ତ୍ତା ଙ୍କୁ ଉତ୍ସାହିତ କରିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର