ସେହିପରି କେନ୍ଦ୍ରର ମୋଦି ସରକାର ଓଡ଼ିଶାକୁ କଣ ଅନୁଦାନ ଦେଇଛନ୍ତି ତାର ମଧ୍ୟ ହିସାବ ଥୋଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଧର୍ମେନ୍ଦ୍ର । ମୋଦି ପ୍ରତି ଗାଁ ଗାଁକୁ ପାଣି ପାଇଁ ୧୦ ହଜାର କୋଟି ଦେଇଛନ୍ତି । ଠିକାଦାରପ୍ରେମୀ ସରକାର କାହିଁକି ପାଣି ଦେଇ ପାରିଲାନି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଯିଏ ୨୪ ବର୍ଷ ହେବ ଲୋକଙ୍କୁ ପାଣି ଯୋଗାଇପାରୁନି ସେ ସରକାର କହୁଛି ବିରୋଧୀ ବିକାଶକୁ ବିରୋଧ କରୁଛନ୍ତି । ଆପଣ କାମ ଦେଇ ପାରୁନାହାନ୍ତି, ପାଣି ଦେଇ ପାରୁନାହାନ୍ତି କିନ୍ତୁ ବିକାଶ କରୁଛନ୍ତି । ଏଭଳି ଅପାରଗ ସରକାରଙ୍କୁ ଏଥର ଜବାବ୍ ମିଳିବ ।
ମାଗଣାରେ ଚାଉଳ ମୋଦି ସରକାର ଦେଉଛନ୍ତି, କରୋନା ବେଳେ ବିନା ପଇସାରେ ଟୀକା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେଣୁ ଏଥର ଓଡ଼ିଶାରେ ୨୧ଟି ଯାକ ଲୋକସଭା ଆସନ ବିଜେପି ଦଖଲ କରିବା ନେଇ ଦମ୍ଭୋକ୍ତି ଭରିଛନ୍ତି ଧର୍ମେନ୍ଦ୍ର ।ସେପଟେ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ନିଶାନା ସାଧିଥିବା ବେଳେ ଏଥର ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ନିଶ୍ଚିତ ବୋଲି ହୁଙ୍କାର ଭରିଛନ୍ତି ।ମୋଟାମୋଟି ଆଜି ସୋନପୁରରୁ ହିଁ ଅସଲ ମହାଲଢ଼େଇର ଶୁଭାରମ୍ଭ ହୋଇଛି । ଶାହଙ୍କ ଏହି ଗସ୍ତ ନିଶ୍ଚିତ ଭାବେ ବିଜେପିକୁ ଓଡ଼ିଶାରେ ଫାଇଦା ଦେବ ବୋଲି ରାଜନୈତିକ ବିଶ୍ଲେଷକଙ୍କ ମତ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: