ଅର୍ଗସ ବ୍ୟୁରୋ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା। ଆକ୍ଟୋବରରୁ ଆରମ୍ଭ ହେବ ସମ୍ବଲପୁର ଓ ଭୁବନେଶ୍ବର ରିଙ୍ଗ ରୋଡ଼ ନିର୍ମାଣ କାମ। ସମ୍ବଲପୁରରେ ବହୁ ପ୍ରତିକ୍ଷୀତ ରିଙ୍ଗରୋଡ଼ ନିର୍ମାଣରେ 1333 କୋଟି ଟଙ୍କା ଖର୍ଚ୍ଚ କରିବେ ମୋଦି ସରକାର। ଓଡ଼ିଶାରେ ନିର୍ମାଣାଧୀନ ଓ ମଞ୍ଜୁର ପ୍ରାପ୍ତ ଜାତୀୟ ରାଜପଥ ପ୍ରକଳ୍ପ ନେଇ ଦେଲେ ସୂଚନା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁପର ଶୋ। ଭୁବନେଶ୍ୱର ରାମ ମନ୍ଦିରରୁ ବାଣୀବିହାର ଯାଏଁ କରିବେ ରୋଡ଼ ଶୋ। ଏଥିପାଇଁ ଉତ୍ସାହିତ ବିଜେପି ଶିବିର। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗତକାଲି ଜନପଥରେ ଟ୍ରାଫିକ କଟକଣା ଜାରି କରିଥିଲା କମିଶନରେଟ୍ ପୋଲିସ। ଏଥିସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିଥିଲେ ଏସପିଜି। ସେହିପରି ଆସନ୍ତାକାଲି କନ୍ଧମାଳ ,ବଲାଙ୍ଗୀର ଓ ବରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ। ତେବେ ନବୀନଙ୍କ ଦିବାସ୍ବପ୍ନ କଟାକ୍ଷର କଣ ଜବାବ ଦେବେ ମୋଦି, ତାକୁ ରହିଛି ଅପେକ୍ଷା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯୁବଶକ୍ତି ପାଇଁ ବିଶେଷ ବଜେଟ ଆସିବ । ଏଥିପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଝିଅଙ୍କୁ ୧୪ ଓ ପୁଅଙ୍କୁ ୧୨ ହଜାର ଟଙ୍କା ମିଳିବ । ପୁରୀକୁ ଅନ୍ତର୍ଜାତୀୟ ସ୍ତରର ସହର କରାଯିବ । ବିରତି ସମୟରେ ସବୁ ମତ୍ସ୍ୟଜୀବିଙ୍କୁ ୧୫ ହଜୀର ଟଙ୍କା ଦିଆଯିବ ।
ଅଧିକ ପଢନ୍ତୁ ଓଡିଶା ଖବର
ଗରିବଙ୍କୁ ୧୦୦ ୟୁନିଟ୍ ଯାଏଁ ବିଜୁଳି ମାଗଣା ଦିଆଯିବ । ବିଏସ୍ କେୱାଇର ପରିସର ବୃଦ୍ଧି କରାଯିବ । ଆଗାମୀ ୫ ବର୍ଷରେ ଏସଏଚଜିଙ୍କୁ ଗୁରୁତ୍ବ ଦିଆଯିବ । ପୁରୀକୁ ଅନ୍ତର୍ଜାତୀୟ ସ୍ତରର ସହର କରାଯିବ ।