ରାସେଶ୍ୱରୀ ପାଣିଗ୍ରାହୀକୁ ଟିକେଟ ନଦେଲେ ସମ୍ବଲପୁରରେ ବିରୋଧ କରାଯିବ ବୋଲି ଚେତାବାନୀ ଦେଇଛନ୍ତି କିଛି ବିଜେଡି କର୍ମୀ । ତେବେ ଆଗକୁ ନିର୍ବାଚନ ଥିବାବେଳେ ବିଜେଡିରେ ଏବେଠୁ ଦେଖାଦେଲାଣି କନ୍ଦଳ। ଆଗକୁ ସ୍ଥିତି କଣ ହେବ ତାକୁ ନେଇ ଚିନ୍ତା କରୁଛି ବିଜେଡି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସମ୍ବଲପୁର ପ୍ରଣବ ପ୍ରକାଶ ଦାସ ପହଁଞ୍ଚିବା ପରେ ବିଜେଡିର ଗୋଷ୍ଟି କନ୍ଦଳ ବଢିଲା । ବବି ଦାସଙ୍କ ଉପସ୍ଥିତିରେ ରୋହିତ ପୁଝାରୀ ଓ ରାସେଶ୍ୱରୀ ପାଣିଗ୍ରାହୀ ମୁହାଁମୁହିଁ ହୋଇଛନ୍ତି । ସମ୍ବଲପୁର ବିଧାନସଭା ସିଟ ନେଇ ଝଗଡା ଲାଗିଥିବା ଦେଖିବାକୁ ମିଲିଛି । ସେପଟେ ରାସେଶ୍ୱରୀ ପାଣୀଗ୍ରାହୀଙ୍କ ସର୍ମଥକ ମାନେ ବବିଙ୍କ ଉପସ୍ଥିତିରେ ବିଜେଡିକୁ ସମର୍ଥନ ନକରିବା ପାଇଁ ଚେତାବନୀ ଦେଇଛନ୍ତି ।
ରାସେଶ୍ୱରୀ ପାଣିଗ୍ରାହୀକୁ ଟିକେଟ ନଦେଲେ ସମ୍ବଲପୁରରେ ବିରୋଧ କରାଯିବ ବୋଲି ଚେତାବାନୀ ଦେଇଛନ୍ତି କିଛି ବିଜେଡି କର୍ମୀ । ତେବେ ଆଗକୁ ନିର୍ବାଚନ ଥିବାବେଳେ ବିଜେଡିରେ ଏବେଠୁ ଦେଖାଦେଲାଣି କନ୍ଦଳ। ଆଗକୁ ସ୍ଥିତି କଣ ହେବ ତାକୁ ନେଇ ଚିନ୍ତା କରୁଛି ବିଜେଡି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଇଣ୍ଡି ମେଣ୍ଟକୁ ଟାର୍ଗେଟ୍ କରିଛନ୍ତି । ଯଦି ଇଣ୍ଡିମେଣ୍ଟ କ୍ଷମତାକୁ ଆସେ ତେବେ କିଏ ପ୍ରଧାନମନ୍ତ୍ରୀ ହେବ ବୋଲି ସେ କଟାକ୍ଷ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଯୋଗୁଁ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ସ୍ଥିରତା ଆସିଛି । ରାଜନୈତିକ ସ୍ଥିରତା ସହ ନୀତି ନିର୍ଦ୍ଧାରଣ ଓ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଅନ୍ୟପକ୍ଷରେ ଇଣ୍ଡି ମେଣ୍ଟରେ ମୋଦିଙ୍କ ବିକଳ୍ପ କିଏ ? କିଏ ଇଣ୍ଡି ମେଣ୍ଟର ନେତୃତ୍ବ ନେବ ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ଇଣ୍ଡି ମେଣ୍ଟ କ୍ଷମତାକୁ ଆସେ ସେମାନେ ପାଳି କରି ବର୍ଷେ ଲେଖାଏଁ କ୍ଷମତାରେ ରହିବେ ବୋଲି ଅମିତ ଶାହ କଟାକ୍ଷ କରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ମହୁମାଛି ଆକ୍ରମଣରେ ୩୦ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଛନ୍ତି। କଙ୍କଡାହାଡ଼ ବ୍ଲକ ରହଣି ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ଗ୍ରୀଷ୍ମ କାଳୀନ ଶିକ୍ଷା ଚାଲିଥିବା ବେଳେ ଆଜି କାମାକ୍ଷା ନଗର ନିକଟସ୍ଥ ବାଲିଗୋରଡ ସ୍ଥିତ ରାମିଆଳ ନଦୀର ସାପୁଆ ଡ୍ୟାମକୁ ଗାଧୋଇବା ପାଇଁ ଆସିଥିବା ବେଳେ ମହୁମାଛି ଆକ୍ରମଣରେ ଶିକାର ହୋଇଥିଲେ।
୮0ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବସରୁ ଓହ୍ଲାଇବା ମାତ୍ରେ ଅତର୍କିତ ଭାବେ ମହୁମାଛି ଆକ୍ରମଣ କରିଥିଲା। ୩୦ ଛାତ୍ରଛାତ୍ରୀ ଆହତ ଥିବାବେଳେ ୨ଜଣ ଶିକ୍ଷୟତ୍ରୀଶିକ୍ଷକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସାପରେ ସମସ୍ତେ ସୁସ୍ଥ ଥିବାବେଳେ ୮ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି।
ରାଜ୍ୟ ସରକାର ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ହେତୁ ୨୫ତାରିଖଠାରୁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଘୋଷଣା କରିଥିବା ସତ୍ତ୍ବେ ସଂସ୍କାର ପବ୍ଲିକସ୍କୁଲରେ ଏହାର ବ୍ୟତିକ୍ରମ ଦିଖିବାକୁ ମିଳିଛି। ଯାହା ଦ୍ୱାରା କୋମଳମତି ଛାତ୍ରଛାତ୍ରୀ ମାନେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ରାଜ୍ୟସରକାର ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳୁନି ନିସ୍ତାର। ଆଜି ମଧ୍ୟ କିଛି ସ୍ଥାନରେ ଦିନ ତାପମାତ୍ରା ୪୪ ଓ ୪୫ ସମ୍ଭାବନା । ପୁରୀ, ଗୋପାଳପୁର, ପାରାଦୀପରେ ଆଦ୍ରତା ୭୫% ଉପରେ ରେକର୍ଡ। ସାଢ଼େ ୧୧ରେ ୪୧ ଟପିଲା ପାରଦ। ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧.୪ ରେକର୍ଡ। କେନ୍ଦୁଝର ୪୧, ଭୁବନେଶ୍ବର ୪୦.୪, ଝାରସୁଗୁଡ଼ା ୩୯.୮ ଡିଗ୍ରୀ । ହୀରାକୁଦ ଓ ରାଉରକେଲା ୩୯, ସମ୍ବଲପୁର ୩୮.୬ ଡିଗ୍ରୀ ରେକର୍ଡ ହୋଇଛି।
ଉପକୂଳରୁଠାରୁ ଆରମ୍ଭ କରି ଉପାନ୍ତ ଯାଏ ସବୁଠି ହେଉଛି ଅଗ୍ନିବର୍ଷା । ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ । ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର: