ସେପଟେ କିଏ, କେଉଁ ଉଦେଶ୍ୟରେ ଏହା ଅପରେଟ କରୁଛି ଏନେଇ ସନ୍ଦେହ ପ୍ରକାଶ କରିଛନ୍ତି ସାଂସଦ ସୁରେଶ ପୂଜାରୀ । ଏ ବିଷୟରେ ଏସପିଙ୍କୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ଛାନ ଭିନ୍ କରୁଥିବା ସେ କହିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ପଡିଲା ଡ୍ରୋନ । ବେଲପାହାଡ ଗାନ୍ଧୀ ଛକ ଆମ୍ବଝର ନିକଟ ଭଡା ଘର ପରିସରରେ ଡ୍ରୋନ । ସନ୍ଦିଗ୍ଧ ଡ୍ରୋନ କାହାର ଜଣାପଡ଼ିନି । ଏନେଇ ପୋଲିସ ଛାନ୍ ଭିନ୍ କରୁଛି ।
ସେପଟେ କିଏ, କେଉଁ ଉଦେଶ୍ୟରେ ଏହା ଅପରେଟ କରୁଛି ଏନେଇ ସନ୍ଦେହ ପ୍ରକାଶ କରିଛନ୍ତି ସାଂସଦ ସୁରେଶ ପୂଜାରୀ । ଏ ବିଷୟରେ ଏସପିଙ୍କୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ଛାନ ଭିନ୍ କରୁଥିବା ସେ କହିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଅର୍ଗସ ବ୍ୟୁରୋ: ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୦ ଡିଗ୍ରୀ ତଳେ ରହିଥିଲା କଟକ ଓ ଭୁବନେଶ୍ୱରର ତାପମାତ୍ରା । ଦୁଇଟି ପର୍ଯ୍ୟାୟରେ ୨୦ ଦିନର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆସିଛି ଆଶ୍ୱସ୍ତିର ଖବର । କାଲିଠୁ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଦୁଇ ଦିନ ପରେ ହ୍ରାସ ପାଇବ ତାତି। 3ରୁ5 ଡିଗ୍ରୀ କମିପାରେ ତାପମାତ୍ରା। ଆଗାମୀ 5 ଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। କମିପାରେ ଦିନର ତାପମାତ୍ରା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିପାରେ ଆଶ୍ବସ୍ତି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ଗୁଜରାଟ ଟାଇଟନ୍ସକୁ ୪ ୱିକେଟ୍ରେ ହରାଇ ଚଳିତ ଆଇପିଏଲ୍ରେ ହ୍ୟାଟ୍ରିକ୍ ବିଜୟ ପାଇଛି। ଶନିବାର ଗୁଜରାଟ ମାତ୍ର ୧୪୮ ରନ୍ର ଲକ୍ଷ୍ୟ ଦେଇଥିଲା। ଯାହାକୁ ପିଛା କରି ଅଧିନାୟକ ଫାଫ୍ ଡୁ’ପ୍ଲେସିସଙ୍କ 64 ରନ୍ ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ୪୨ ରନ୍ ଆରସିବିକୁ ଭଲ ଷ୍ଟାର୍ଟ୍ ଦେଇଥିଲା ।
ଶେଷ ଆଡକୁ ଶେଷରେ କିନ୍ତୁ ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକ ଓ ସ୍ବପ୍ନିଳ ସିଂହଙ୍କ ଦମଦାର ବ୍ୟାଟିଂ ବଳରେ ୩୮ ବଲ୍ ପୂର୍ବରୁ ମ୍ୟାଚ ହାତେଇନେଇଥିଲା ଦଳ।
ଏକାଦଶ ମ୍ୟାଚ୍ରୁ ଏହା ଆର୍ସିବିର ଚତୁର୍ଥ ବିଜୟ ଥିଲା। ଏହି ବିଜୟ ବଳରେ ବହୁ ଦିନ ପରେ ଆର୍ସିବି ମଧ୍ୟ ଶେଷ ସ୍ଥାନରୁ ଏକାଥରକେ ତିନିଟି ସ୍ଥାନ ଉପରକୁ ଲମ୍ଫ ମାରି ମୁମ୍ବାଇ, ଗୁଜରାଟ ଓ ପଞ୍ଜାବ ଉପରକୁ ସପ୍ତମ ସ୍ଥାନକୁ ଉଠିଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ: ନିର୍ବାଚନ ଭିତରେ ଜାମ୍ମୁ କାଶ୍ମୀର ପୁଞ୍ଝରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ବାୟୁସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ଜଣେ ଏୟାରମ୍ୟାନଙ୍କୁ ଉଦମପୁରରେ ଥିବା କମାଣ୍ଡ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଯବାନମାନେ ଦୁଇଟି ଗାଡିରେ ଫେରୁଥିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ।
ସୂଚତା ମୁତାବକ, ଗତକାଲି ସନ୍ଧ୍ୟା ୬ଟା ୧୫ରେ ଜାମ୍ମୁ କାଶ୍ମୀର ପୁଞ୍ଝ ଜିଲ୍ଲାର ସୁରାନକୋଟ ଠାରେ ଆକ୍ରମଣ ହୋଇଛି । ତେବେ ଆକ୍ରମଣ ପରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଗାଡିଗୁଡିକୁ ଯାଂଚ କରାଯାଉଥିବା ଦେଖିବାକୁ ମିଳିଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ବାୟୁସେନାର ଗାଡି ଉପାରକୁ ଶସସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ପୋଲିସ ଏବଂ ଯବାନ ମିଳିତ ଭାବେ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ଚଳିତ ବର୍ଷରେ ଏହା ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି । ତେବେ ଏହି ଆକ୍ରମଣ ପଛରେ ଆଇଏସଆଇଏସ୍ ଅବା ପାକିସ୍ତାନର ହାତ ଅଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି । ନିର୍ବାଚନ ସମୟରେ ଭାରତର ଛବି ମଳିନ କରିବାକୁ ଏଭଳି ଆକ୍ରମଣ କରାଯାଇଥିବା କୁହାଯାଉଛି।
ଅଧିକ ପଢ଼ନ୍ତୁ ଭାରତ ଖବର