ଅଧିକ ପଢନ୍ତୁ: ଭାରତର ବିଭିନ୍ନ ଖ୍ୟାତାନାମା ଅନୁଷ୍ଠାନରୁ ବିଶିଷ୍ଟ ବିଶେଷଜ୍ଞଙ୍କ ଅଂଶଗ୍ରହଣ
ଢ଼େଙ୍କାନାଳର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ କହିଛନ୍ତି, ଗ୍ରାମାଞ୍ଚଳରେ ଅନେକ ଲୋକଙ୍କର ରୋଗ ଥାଇ ମଧ୍ୟ ସେମାନେ ଚିକିତ୍ସା କରୁନାହାନ୍ତି କି ମେଡିକାଲ ଯାଉନାହାନ୍ତି । ପରୀକ୍ଷା ପରେ ସେମାନଙ୍କର ରୋଗ ଅଛି ବୋଲି ଜଣା ପଡୁଛି । ସେମାନଙ୍କୁ ଚିକିତ୍ସା ଏବଂ ରୋଗ ଉପର ଅବଗତ କରାଇବାକୁ ଏପରି କାର୍ଯ୍ୟକ୍ରମ କରାଯାଉଛି ବୋଲି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।
ଏହି କାର୍ଯ୍ୟକ୍ରମକୁ ମଠତେନ୍ତୁଳିଆର ସରପଞ୍ଚ ମାନଭଞ୍ଜନ ମହାନ୍ତି କ୍ୟାମ୍ପକୁ ଉଦ୍ଘାଟନ କରିଥିଲେ।ଲୋକମାନେ ନିଜ ଘର ପାଖରେ ସ୍ୱାସ୍ଥ୍ୟ ସେବା ଓ ମାଗଣା ଔଷଧ ପାଇ ବେଶ ଖୁସି ହେବା ସହିତ ବିକାଶ ଫାଉଣ୍ଡେସନର ଏଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି।ଏହା ସହ ମହିଳା ମାନଙ୍କ ସ୍ୱାସ୍ଥ୍ୟ କୁ ଗୁରୁତ୍ବ ଦିଆଯାଇ ଟ୍ରଷ୍ଟ ପକ୍ଷରୁ ସେମାନଙ୍କୁ ମାଗଣା ସାନିଟାରୀ ନାପକୀନ ବଣ୍ଟନ କରାଯାଇଛି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ